ମୁଖ୍ୟ ଖବର

ଦିଲ୍ଲୀରେ ପ୍ରବଳ ବର୍ଷା ପରେ ଭୁଶୁଡି ପଡିଲା ଘର: ୮ ମୃତ, ଅନେକ ଆହତ

ନୂଆଦିଲ୍ଲୀ,୯।୮: ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳ ଜୈତପୁରର ହରିନଗରରେ ଅଘଟଣ। ଘରର କାନ୍ଥ ଭୁଶୁଡି ୮ଜଣଙ୍କର ମୃତ୍ୟୁ। ଏଥିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ରହିଛନ୍ତି। ମୃତକଙ୍କ ମଧ୍ୟରେ ୪ ପୁରୁଷ, ଦୁଇ ମହିଳା ଏବଂ ଦୁଇଜଣ ଶିଶୁ ଅଛନ୍ତି। ସେଭଳି ଏହି ଅଘଟଣରେ ୮ ଜଣ ଆହତ ହାଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ରେସକ୍ୟୁ ଅଭିଯାନ ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଆଖପାଖର ଘର ଓ ହସ୍ପିଟାଲରେ ଥିବା ଲୋକ ଭୟଭୀତ ହୋଇଯାଇଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କର ସ୍ଥିତି ଗୁରୁତର ରହିଛି। ଦୁର୍ଘଟଣା ପରେ ୫ ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ସେଭଳି ଆଉ ୩ ଜଣଙ୍କୁ ଟ୍ରମା ସେଣ୍ଟ ନିଆଯାଇଥିଲା।  ସେଠାରେ ତାଙ୍କର ବି ମୃତ୍ୟୁ ହୋଇଥିଲା।ସାଉଥ୍ ଇଷ୍ଟ ଡିସିସିଙ୍କ କହିବା ଅନୁସାରେ, ୧୦-୧୫ ବର୍ଷ ପୁରୁଣା ଘର ଭୁଶୁଡିଛି। ଅଧିକାଂଶ କବାଡି ବିକ୍ରି କରୁଥିବା ଲୋକ ରହୁଥିଲେ। ତେବେ ଘରର ଅବସ୍ଥା ଭଲ ନଥିଲା। ପ୍ରବଳ ବର୍ଷା ଯୋଗୁଁ ଏହା ଭାଙ୍ଗି ଯାଇଛି। 

Leave a Reply

Your email address will not be published. Required fields are marked *