ମୁଖ୍ୟ ଖବର

‘ଅପରେସନ୍ ଅଖଲ’; କୁଲଗାମରେ ଏନକାଉଣ୍ଟର, ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

ଶ୍ରୀନଗର,୦୯/୦୮: ଜମ୍ମୁ-କାଶ୍ମୀର କୁଲଗାମରେ ଏନକାଉଣ୍ଟର ହୋଇଛି । ‘ଅପରେସନ୍ ଅଖଲ’ର ନବମ ଦିନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ବୀର ଯବାନ ଶହୀଦ ହୋଇଛନ୍ତି । ଆତଙ୍କୀ ସହ ଲଢି ବୀରଗତି ପ୍ରାପ୍ତ କରିଛନ୍ତି ଦୁଇ ବୀର ସନ୍ତାନ । ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଆତଙ୍କୀକୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଅଖଲ ଜଙ୍ଗଲରେ ୩ ଆତଙ୍କୀ ଏବେ ବି ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

କାଶ୍ମୀରର କୁଲଗାମର ଅଖଲ ଜଙ୍ଗଲରେ ଆତଙ୍କୀ ସହ ଗୁଳି ବିନିମୟ ନବମ ଦିନରେ ପହଞ୍ଚିଛି । ଅଗଷ୍ଟ ୧ରୁ ‘ଅପରେସନ୍ ଅଖଲ’ ଆରମ୍ଭ ହୋଇଥିଲା । ଗତକାଲିଠୁ (ଶୁକ୍ରବାର) ଏହି ଅଞ୍ଚଳରେ ଅପରେସନ୍ ଜୋରଦାର ହୋଇଥିଲା । ବିସ୍ଫୋରଣ ସହ ଗୁଳିଗୋଳା ଶବ୍ଦ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ୧୦ ଜଣ ଆହତ ହୋଇଛନ୍ତି । ସେନାଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୩ ଆତଙ୍କୀ ଲୁଚି ଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।  ଆତଙ୍କୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅଗଷ୍ଟ ୧ରୁ ସୁରକ୍ଷାକର୍ମୀ ଏହି ଅପରେସନ୍ ଆରମ୍ଭ କରିଥିଲେ । ଭାରତୀୟ ସେନାର ଚିନାର ଫୋର୍ସ ଅନୁସାରେ, ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଟିମ୍‌ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଆତଙ୍କୀ ଦମନ ଅଭିଯାନ ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *