ରାଜ୍ୟ

ନର୍ସିଂ ଛାତ୍ରୀ ମୃତ୍ୟୁ: ନବରଂଗପୁରରେ ୧୨ ଘଣ୍ଟା ବନ୍ଦର ଡାକରା ଦେଲା ବିଜେଡି

ନବରଂଗପୁର: ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁ ମାମଲାକୁ ବିଜୁ ଜନତା ଦଳ (ବିଜେଡି) ତୀବ୍ର ନିନ୍ଦା କରିଛି। ରାଜ୍ୟ ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ହୋଇଛି ବୋଲି କହିଛି। ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ସୋମବାର ଦିନ ନବରଂଗପୁର ଜିଲ୍ଲାରେ ୧୨ ଘଣ୍ଟା ବନ୍ଦ ଡାକରା ଦେଇଛି। ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ।

ନବରଂଗପୁର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇସ୍ତଫା ଦିଅନ୍ତୁ। ତା’ ସହିତ ସରକାର ରାଇଘର ନର୍ସିଂ ପୀଡ଼ିତାଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ। ବିଜେଡି କହିଛି ଯେ, ଯେତେ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟର ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ। ନବରଙ୍ଗପୁର ଜିଲ୍ଲାବାସୀ ଏବଂ ରାଇଘରବାସୀଙ୍କୁ ବିଜେଡି ତରଫରୁ ଅନୁରୋଧ କରାଯାଉଛି କି ଆସନ୍ତାକାଲି ୧୨ ଘଣ୍ଟା ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜରୁରୀକାଳୀନ ସେବା ଯେପରିକି ‘ଅଗ୍ନିଶମ ସେବା, ଆମ୍ବୁଲାନ୍ସ୍‌ ସେବା ବନ୍ଦ ହେବ ନାହିଁ। 

Leave a Reply

Your email address will not be published. Required fields are marked *