ରାଜ୍ୟ

ସିଡିଏମ୍‌ଓ କାର୍ଯ୍ୟାଳୟର କିରାଣିଙ୍କ ଚାମ୍ବରରୁ ୫ ଲକ୍ଷ ଟଙ୍କା ଜବତ!

ପାରଳାଖେମୁଣ୍ଡି: ସରକାରୀ କର୍ମଚାରୀଙ୍କ ପଛରେ ଦୁର୍ନୀତିର ଦାଗ ହଟୁନାହିଁ। ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଭଲ ଦରମା ଦେଉଥିବା ବେଳେ ତଥାପି ଏମାନଙ୍କର ଲୋଭ କମ ନୁହେଁ। କୌଣସି କାମରେ ହାତ ମାରିଲେ ଲାଞ୍ଚ ମାଗିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଓ ଲାଞ୍ଚ କାରବାର ହେଉଛି। ଏହି କ୍ରମରେ ଆଜି ଗଜପତିଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ଦୁଇ ଜଣ କର୍ମଚାରୀଙ୍କୁ ଜାଲରେ ପକାଯାଇଛି। ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କର୍ମଚାରୀମାନେ ହେଲେ ଜଗଦୀଶ ପଟ୍ଟନାୟକ ଓ ନିରଞ୍ଜନ ନାୟକ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେମାନଙ୍କର ମନପସନ୍ଦ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ସିଡିଏମ୍‌ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ଟଙ୍କା ମାଗିଥିଲେ। 

Leave a Reply

Your email address will not be published. Required fields are marked *