ଭୁବନେଶ୍ବର ତା 30.11.2025 ଆଜି ସ୍ଥାନୀୟ ରେଳ ଅଡିଟୋରୀୟମ ସମ୍ମିଳନୀ କକ୍ଷରେ ଲଘୁ ଉଦ୍ୟୋଗ ଭାରତୀ, ଓଡ଼ିଶା ପକ୍ଷରୁ ରାଜ୍ୟରେ କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ବିକାଶ ତଥା ନୂଆ ଉଦ୍ୟୋଗୀ ସୃଷ୍ଟି କରିବା ତଥା ପ୍ରୋତ୍ସାହନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଓଡ଼ିଶା ଶିଳ୍ପ ସମ୍ମିଳନୀ ଉଦଘାଟନ ହୋଇଯାଇଛି। ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ପ୍ରତିଟି ଜିନିଷ ସ୍ୱଦେଶୀ ନିର୍ମିତ ହେବା ଆବଶ୍ୟକ। ଏଥିପାଇଁ ଆତ୍ମନିର୍ଭର ଭାରତ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁବ ଉଦ୍ୟୋଗୀ ମାନଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ସୁଯୋଗ ଦେବାପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଲଘୁ ଉଦ୍ୟୋଗ ଭାରତୀର ରାଜ୍ୟ ସଭାପତି ଗୋପାଳ ଦାସ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ଉତ୍ସବରେ ଏହା ଏକ ସର୍ବବୃହତ ସ୍ୱେଚ୍ଛା ସେବୀ ସଂସ୍ଥା ଯାହାକି ଦେଶର ଶିଳ୍ପ ନେଟ ୱାର୍କ ଭାବରେ ସ୍ବୀକୃତି ପ୍ରାପ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ପ୍ରାୟ 600 ଜିଲ୍ଲାରେ କାର୍ଯ୍ୟ କରୁଛି। ସାରା ଦେଶରେ 62000 ସଦସ୍ୟଙ୍କୁ ନେଇ ଗଠିତ ଏହି ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶାରେ ତାର ଦୃଢ଼ ଉପସ୍ଥିତି ରଖି ପାରିଛି ବୋଲି କହିଥିଲେ ସମ୍ପାଦକ ପ୍ରଦୀପ କୁମାର ନାୟକ। ଆଜିର ଏହି ବୈଠକରେ ସାରା ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ବହୁ ଉଦ୍ୟୋଗି ବନ୍ଧୁ ଏକାଠି ହୋଇ ନିଜ ନିଜ ଶିଳ୍ପରେ ଚାଲିଥିବା ସମସ୍ୟା ଉପରେ ବାଖାନିଥିଲେ। ସମ୍ମାନିତ ଅତିଥିଭାବେ ସଭାରେ ଉପସ୍ଥିତ ଥିବା ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ନିଜ ଭାଷଣରେ ରାଜ୍ୟ ସରକାର ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିପତି ମାନଙ୍କ ସହ ରାଜିନାମା ସ୍ବାକ୍ଷର କରିଛନ୍ତି ଯାହାଦ୍ଵାରା ଗୋଟେ ବଡ଼ ଶିଳ୍ପ ପ୍ରତିଷ୍ଠାକୁ ହେଲେ ତା ପାଖରେ ବହୁ ଛୋଟ ଛୋଟ ଶିଳ୍ପ ଗଢି ଉଠିବ ଓ ସେଥି ପାଇଁ ସରକାର ଜମି ଯୋଗାଇଦେବା ପାଇଁ ଲଘୁ ଉଦ୍ୟୋଗୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ବିଦେଶ କରି ହସ୍ତ ତନ୍ତ ଓ ହସ୍ତ ଶିଳ୍ପ ଭଳି ଉଦ୍ୟୋଗ ଗୁଡ଼ିକ ବହୁ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ସେହିଭଳି ଶିଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବେଶୀ ଆଗ୍ରହୀ। ସରକାର ସବୁ ଏମ. ଏସ. ଏମ. ଇ ସେକ୍ଟର ଗୁଡ଼ିକର ପୁନରୁଦ୍ଧାର କରୀ ସେଗୁଡିକୁ ଗତିଶୀଳ କରିବ ସହ ସବୁ ପ୍ରକାର ପ୍ରୋତ୍ସାହନ ଯଥା ଆବଶ୍ୟକ କଞ୍ଚାମାଲ, ଜମି, କମ୍ ସୁଧରେ ଲଙ୍ଗ ଟର୍ମ ରୁଣ ବ୍ୟବସ୍ଥା କରି ସବୁ ଜିଲ୍ଲାରେ ଲଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମ ନିର୍ଭର ଭାରତ ଗଢ଼ିବାକୁ ଯୁବ ଉଦ୍ୟୋଗୀ ମାନଙ୍କୁ ଆଗେଇ ଆସିବାକୁ ମୁଖ୍ୟ ବକ୍ତା ମାନ୍ୟ ବର୍ ଏମ ଏସ ଏମ ଇ ମନ୍ତ୍ରୀ ଗୋକୁଲା ମଲ୍ଲିକ ଆହ୍ବାନ କରିଥିଲେ। ପ୍ରାରମ୍ଭରେ ଶିଳ୍ପ ବିଭାଗର ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟରେ ଶିଳ୍ପ ବ୍ୟବସ୍ଥାର ଅବସ୍ଥା, ଆଗକୁ ଥିବା ସମ୍ଭାବନା ଉପରେ ବିସ୍ତୃତ ବିବରଣୀ ପ୍ରକାଶ କରିଥିଲେ। ଏଠାରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାର ପ୍ରମୁଖ ମହିଳା ଉଦ୍ୟୋଗୀ ନିଳାଦ୍ରୀ ପ୍ରଧାନ ଆଜିର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶସା କରିବା ସହିତ ସରକାର ମହିଳା ମାନଙ୍କୁ ସଶକ୍ତ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ବହୁ ସୁଯୋଗ ଓ ସୁବିଧା ଦେଇଛନ୍ତି ଓ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ମହିଳା ମାନେ ଛୋଟ ଛୋଟ ଉଦ୍ୟୋଗ କରି ବହୁ ଜିନିଷ ନିଜେ ଉତ୍ପାଦନ କରି ସାରା ରାଜ୍ୟର ବ୍ୟବସାୟ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଥିବାବେଳେ ସାକ୍ଷୀଗୋପାଳରୁ ଆସିଥିବା ଖ୍ୟାତନାମା ମହୁ ଚାଷୀ ତଥା ଓମ୍ଉଦ୍ୟୋଗୀ କିପରି ମହୁ ସଂଗ୍ରହ କରି ସବୁ ଜିଲ୍ଲାକୁ ମହୁ ଯୋଗାଇ ପାରୁଛନ୍ତି ଓ ଭଲ ବ୍ୟବସାୟ ଚାଲିଛି ତାର ସମ୍ୟକ୍ ଧାରଣା ଦେଇଥିଲେ।
