ଆଜି ପାରଳାଖେମୁଣ୍ଡି ଠାରେ ଜନସମର୍କ ପଦଯାତ୍ରା,ଯୋଗ ଦେଲ ଶତାଧିକ ବିଜେଡି ପ୍ରେମୀ
ପାରଳାଖେଣ୍ଡି -(କୃଷ୍ଣ କୁମାର ବେହେରା)-ଆଜି ପାରଳାଖେମୁଣ୍ଡି ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସବୁ ବର୍ଷ ପରି ବିଜେଡି ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ଅବଶର ରେ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳ 10ଟା ସମୟରେ ଜଲେଜ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁସ୍ପମାଲ୍ୟ ଅର୍ପଣ କରି ଜିଲାସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦାସ ଯାତ୍ରା ଶୁଭାରମ୍ଭ କରିଥିଲେ, ଉକ୍ତ ଅବସରରେ ସଂଖ୍ୟାଲଘୁ ସେଲର ରାଜ୍ୟ ସଧାରଣ ସମ୍ପାଦକ ଡ଼ଃ ପଲବ ଲିମା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଜନହିତକର ଯୋଜନା ସବୁ ଘରେ ଘରେ ପ ପହଁଚେଇବାର ବିଷୟ କୁ ଜୋର ଦେଇଥିଲେ, ଏହି ପଦଯାତ୍ରା ରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ରୁପେଶ ପାଣିଗ୍ରାହୀ,ଜିଲ୍ଲାପରିସଦ ଅଧକ୍ଷ ଗବରା ତିରୁପତି ରାଓ, ଯୁବ ସଭାପତି ଏସ ଲିଙ୍ଗରାଜ,ମାରୁତ ପାଳ, ଅଧକ୍ଷା ନିର୍ମଳା ସେଠି, ମରିଅମ ରଇତ , ଲଷ୍ମୀକାନ୍ତ ପରିଛା ସମେତ ଜିଲାର ସମସ୍ତ ରାଜ୍ୟ, ଜିଲ୍ଲାର ଓ ସବୁ ବ୍ଳକ ଓ ପଞ୍ଚାୟତ ର ପ୍ରତିନିଧି ଓ ଦଳୀୟ ପଦାଧିକାରୀ ମାନେ ଯୋଗଦେଇଥିଲେ। ଗଜପତି ରୁ କୃଷ୍ଣ କୁମାର ବେହେରା ଙ୍କ ରିପୋର୍ଟ