ବୁଲେଟ ପଛପଟୁ ଧକ୍କା ଦେଲା ଟ୍ରକ୍, ବୁଲେଟ ଆରୋହୀ ଗୁରୁତର
ଅନୁଗୋଳ : ଅନୁଗୋଳ ଶିମିଳିପଡା ନିବାସୀ ରଞ୍ଜିତ୍ କୁମାର ବେହେରା କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ କାମ କରନ୍ତି | ନିଜ ବୁଲେଟ ଗାଡିରେ ଘରୁ ବାହାରି ଟାଟା ଷ୍ଟିଲ ପ୍ଲାଣ୍ଟକୁ ‘A’ ଶିଫ୍ଟ ଡ୍ୟୁଟି କରିବା ପାଇଁ ଯିବା ସମୟରେ ବଅଁରପାଳ ସନ୍ତ୍ରୀ ଛକ ନିକଟରେ ଏକ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା | ଯାହା ଫଳରେ ବୁଲେଟ ଆରୋହୀ ସେଠାରେ ଖସି ପଡିବାରୁ ଟ୍ରକର ଚକା ଡାହାଣ ହାତରେ ମାଡି ଯାଇଥିଲା | ସ୍ଥାନୀୟ ବାସୀଙ୍କ ସହଯୋଗରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ତାଙ୍କର ଡାହାଣ ହାତ କଟାଯାଇଛି ଏବଂ ବର୍ତ୍ତମାନ ସେ ଏବେ କଟକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି | ଏହି ଦୁର୍ଘଟଣାଟି ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ହୋଇଥିବା ନେଇ ବୁଲେଟ ଆରୋହୀଙ୍କ ସ୍ତ୍ରୀ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ | ବଅଁରପାଳ ଥାନା ପୋଲିସ 376/2023 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି |